Categories: ଗଞ୍ଜାମ

ଭିନ୍ନ ଏକ ରଜ ଉତ୍ସବ

ବ୍ରହ୍ମପୁର ଅଫିସ୍‌,୧୬ା୬-ସେମାନେ ଦେଖି ପାରନ୍ତି ନାହିଁ । ନିଜ ଗୋଡ଼ରେ ଚାଲିପାରନ୍ତି ନାହିଁ । ସେମାନେ ଦୃଷ୍ଟିବାଧିତ, ଭିନ୍ନକ୍ଷମ। କିନ୍ତୁ ସାଧାରଣ ଯୁବତୀ ଯୁବକଙ୍କ ଭଳି ପ୍ରତ୍ୟେକ ପର୍ବକୁ ଧୁମ୍‌ଧାମ୍‌ରେ ପାଳିବାକୁ ଇଚ୍ଛା । ରଜରେ ମଉଜ କରିବାକୁ ମନ । ଆଉ ଏହି ଆଶା ପୂରଣ କରିଛି ଓଡ଼ିଶା ସର୍ଭିସ୍‌ ସେଣ୍ଟର୍‌ ଫର୍‌ ଦି ବ୍ଲାଇଣ୍ଡ ଏବଂ ସାମର୍ଥ୍ୟ ଅନୁଷ୍ଠାନ । ଶନିବାର ଉଭୟ ଅନୁଷ୍ଠାନ ତରଫରୁ ବିଜୁ ପଟ୍ଟନାୟକ ପାର୍କରେ ରଜ ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ କେବଳ ଦୃଷ୍ଟିହୀନ ଏବଂ ଭିନ୍ନକ୍ଷମ ଯୁବତୀମାନେ ଭାଗ ନେଇଥିଲେ। ରଜ ଦୋଳି ଖେଳିଥିଲେ, ସ୍ବାଦିଷ୍ଟ ପିଠା ଖାଇଥିଲେ । ରଜ ମଉଜରେ ମସ୍‌ଗୁଲ୍‌ ହୋଇଥିଲେ। ପ୍ରାୟ ୯୦ ଯୁବତୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ମୁଖ୍ୟଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ।
ଓଡ଼ିଶା ସର୍ଭିସ୍‌ ସେଣ୍ଟର୍‌ ଫର୍‌ ଦି ବ୍ଲାଇଣ୍ଡ ସମ୍ପାଦକ ଭବାନୀ ଶଙ୍କର ପାଢୀ ଏବଂ ସାମଥର୍‌ୟ ସମ୍ପାଦକ କେ. ଆନନ୍ଦ ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗତ ୧୫ବର୍ଷ ହେଲା ଏଭଳି ରଜ ଉତ୍ସବ ପାଳନ କରାଯାଉଛି ।