Posted inଖେଳ

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ହେଲେ ମାହି ଏବେ ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଆମେରିକାରେ ଥିବା ମାହି ସାଥୀ ଖେଳାଳି କେଦାର ଯାଦବଙ୍କ ସହ ଗଲ୍ଫ ଖେଳି ଜାତୀୟ କ୍ରୀଡ଼ା ଦିବସ ପାଳନ କରିଛନ୍ତି। ଏହା ଯାଦବଙ୍କ ଟୁଇଟରୁ ଜଣାପଡ଼ିଛି। ଅଭିଜ୍ଞ ଅଲ୍‌ରାଉଣ୍ଡର ଏକ ଫଟୋ ଅପ୍‌ଲୋଡ କରିଛନ୍ତି। ଏଥିରେ ଧୋନୀ ଗୋଟିଏ ହାତରେ ଗ୍ଲୋଭ ପିନ୍ଧିଥିତ୍ବାବେଳେ କ୍ଲବ ଧରିଛନ୍ତି। ଫଟୋରେ ଯାଦବ ମଧ୍ୟ ରହିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଜାତୀୟ କ୍ରୀଡ଼ା ଦିବସ ଲାଗି ସଭିଙ୍କୁ ଶୁଭକାମନା। ଯାଦବ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ନୁହନ୍ତି। ଅନ୍ୟପକ୍ଷରେ ୩୮ ବର୍ଷୀୟ ଧୋନୀ ଦୁଇମାସ ଲାଗି କ୍ରିକେଟରୁ ବିରତି ନେଇଥିଲେ। ଏବେ ସେ ଛୁଟିରୁ ଫେରିଥିଲେ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ, ଯୁବ ଲେଖକଙ୍କୁ ମିଳିଲା ପ୍ରମାଣପତ୍ର

ଭଞ୍ଜନଗର,୧୦/୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ୩ ବର୍ଷ ମଧ୍ୟରେ ୫ ଲକ୍ଷ ଅନ୍ତ୍ୟୋଦୟ ଗୃହ ଯୋଗାଇ ଦେବୁ

କେସିଙ୍ଗା,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସିର କଲ୍ୟାଣ ମଣ୍ଡପଠାରେ ଭାଜପାର ଜନସମାବେଶ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ...

“ନୀତୀଶ କୁମାର ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ”: ପ୍ରଶାନ୍ତ କିଶୋର

ପାଟନା,୧୦।୪: ପୋଲ୍ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ନିଜର ଜନ ସୁରାଜ ପାର୍ଟି ଚଳିତ ବର୍ଷ ଶେଷରେ ବିହାର ନିର୍ବାଚନରେ ​​ପ୍ରଥମ ଥର ପାଇଁ...

ବିପଣନ ବ୍ୟବସ୍ଥା ସୁଦୃଢ ହେଲେ କୃଷକଙ୍କ ଜୀବନଜୀବିକା ହେବ ସୁରକ୍ଷିତ:ସମବାୟ ମନ୍ତ୍ରୀ

ବରଗଡ,୧୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ଦିନିକିଆ ବରଗଡ ଗସ୍ତରେ ଆସି...

ମ୍ୟାନମାରରେ ବିନାଶକରୀ ଭୂକମ୍ପ ପରେ ବି ଜାରି ରହିଛି କମ୍ପନ, ୧୧୨ଥର ଲାଗିଲାଣି ଭୂକମ୍ପ ଝଟକା

ନାପିଦାଉ,୧୦।୪: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରଠାରୁ, ଗୁରୁବାର ସୁଦ୍ଧା ୨.୮ ରୁ ୭.୫ ତୀବ୍ରତା ମଧ୍ୟରେ ୧୧୨ ଥର ଭୂମିକମ୍ପ ଅନୁଭୂତ ହୋଇଛି। ମ୍ୟାନମାରର...

ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ଅଧିସୂଚନା ଜାରି କଲା UGC, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଅନଲାଇନରେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୦।୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପଦ୍ମ ପୁରସ୍କାର ୨୦୨୫ ପାଇଁ ଅନଲାଇନ ନାମାଙ୍କନ ଏବଂ ସୁପାରିଶ ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି...

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବ: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୪: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବ। ଏହି ଇଭେଣ୍ଟ ଆୟୋଜନ ଲାଗି କାନାଡା ଓ ନାଇଜେରିଆ ଇଚ୍ଛା ପ୍ରକଟ କରୁଥିବା ସତ୍ତ୍ୱେ...

ମାସିକ ଋତୁସ୍ରାବ ହେଉଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରେଣୀଗୃହ ବାହାରେ ଦେଲେ ପରୀକ୍ଷା, ତଦନ୍ତ ନିର୍ଦ୍ଦେଶ

ତାମିଲନାଡୁ,୧୦।୪: କୋଏମ୍ବାଟୁରରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମାସିକ ଋତୁସ୍ରାବ ହେଉଥିବାରୁ ତାଙ୍କୁ ଶ୍ରେଣୀଗୃହ ବାହାରେ ବିଜ୍ଞାନ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିବା ଜଣାପଡିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image