ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ ତାଙ୍କ ସୁରକ୍ଷାକର୍ମୀଙ୍କ ଜନ୍ମଦିନକୁ ସେ ଭିନ୍ନ ଢଙ୍ଗରେ ପାଳନ କରି ଆସିଛନ୍ତି ଚର୍ଚ୍ଚାକୁ। ଅତୁଲ କାମ୍ବଲେ ନାମକ ତାଙ୍କର ଏହି ସୁରକ୍ଷାକର୍ମୀଙ୍କ ସହ ସେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଶ୍ରଦ୍ଧା କେକ୍‌ କାଟି ଅତୁଲଙ୍କୁ ଜନ୍ମଦିନ ସରପ୍ରାଇଜ୍‌ ଦେଉଛନ୍ତି। ଏହାସହ ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୋ ଜୀବନରେ ଆସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୋତେ ସବୁବେଳେ ସୁରକ୍ଷା ଦେଉଥିବାରୁ ଧନ୍ୟବାଦ। ଏହା ମୋର ଭାଗ୍ୟ ବୋଲି ଶ୍ରଦ୍ଧା ଲେଖିଛନ୍ତି। ସୁଖ, ଶାନ୍ତି ଯାହା ଆପଣ ଚାହୁଁଛନ୍ତି ତାହା ସବୁ ମିଳୁ ବୋଲି ଶ୍ରଦ୍ଧା ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। Happy birthday!!! ଏସବୁ ସେ ମରାଠିରେ ଲେଖିଛନ୍ତି। ଶ୍ରଦ୍ଧାଙ୍କର ଏହି ସରପ୍ରାଇଜ୍‌ ଓ୍ବିଶ ତାଙ୍କ ସୁରକ୍ଷାକର୍ମୀଙ୍କୁ ବେଶ୍‌ ପସନ୍ଦ ଆସିଛି। ଶୁଟିଂ ସେଟ୍‌ରେ ମଜାମସ୍ତି ହେଉ ଅବା ପଶୁପକ୍ଷୀଙ୍କୁ ଭଲପାଇବା ଏସବୁ ଶ୍ରଦ୍ଧାଙ୍କର ଭିନ୍ନ ଗୁଣ ବୋଲି ଆଲୋଚନା କରାଯାଏ।

Share