ଭିନ୍ନ ପ୍ରଜାତିର ସାପ ଉଦ୍ଧାର

ପରଜଙ୍ଗ,୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମର ବାନାମ୍ବର ବେହେରାଙ୍କ ଘର ନିକଟରେ ଥିବା କଦଳୀ ବଗିଚାରୁ ଏକ ଭିନ୍ନ ପ୍ରଜାତିର ସାପ ବୁଧବାର ସକାଳେ ଉଦ୍ଧାର କରାଯାଇଛି । ସାପଟି ଏକ ବେଙ୍ଗ ଗିଳୁଥିବା ସମୟରେ ପରିବାର ଲୋକେ ଦେଖି ସ୍ନେକ ହେଲ୍ପଲାଇନ୍‌କୁ ଜଣାଇଥିଲେ। ପରେ ସେଠାରେ ସ୍ନେକ୍‌ ହେଲ୍ପଲାଇନ୍‌ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରି ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ଥିବା ଜଙ୍ଗଲରେ ଛାଡିଥିଲେ । ଏହାକୁ କିଛି ଲୋକ ସବୁଜ ଧଣ୍ଡ ବୋଲି କହୁଥିବା ବେଳେ ଏହି ସାପର ବିଷ ନ ଥିବା ମଧ୍ୟ ଆଲୋଚନା ହେଉଛି ।