Categories: ଖେଳ

ଭିନ୍ନ ରେକର୍ଡର ସମକକ୍ଷ କୋହଲି

ନୂଆଦିଲ୍ଲୀ,୭।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚ୍‌ରେ ୯୦ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏଥି ପାଇଁ ତାଙ୍କୁ ମିଳିଥିଲା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର। ଏଥିଯୋଗୁ ତାଙ୍କ ଟି୨୦ କ୍ୟାରିୟରରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ସଂଖ୍ୟା ୧୨ରେ ପହଞ୍ଚତ୍ଛି। ଟି୨୦ ଇତିହାସରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇବାରେ କୋହଲି ଯୁଗ୍ମ ପ୍ରଥମ ସ୍ଥାନରେ ରହିଛନ୍ତି। ସମାନ ଥର ଆଫଗାନିସ୍ତାନର ମହମ୍ମଦ ନବି ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ସାବ୍ୟସ୍ତ ହୋଇ ସାରିଛନ୍ତି। ଏହି ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି ପାକିସ୍ତାନ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ। ସେ ୧୧ ଥର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାତେଇଛନ୍ତି।

Share