ଭିନ୍ନ ଲୁକ୍‌ରେ କରୀନା

ବଲିଉଡ୍‌ର ଫ୍ୟାଶନ କୁଇନ୍‌ କରୀନା କପୁର ଖାନ୍‌ଙ୍କ ଭିନ୍ନ ଲୁକ୍‌ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ ବେଶ୍‌ ପ୍ରଶଂସା କରୁଛନ୍ତି। କରୀନା ଯେଉଁ ଡ୍ରେସ୍‌ ପିନ୍ଧିଛନ୍ତି ଏହାକୁ ନେଇ ପ୍ରଶଂସକମାନେ ଭିନ୍ନ କମେଣ୍ଟ ଦେବା ସହ ଲାଇକ୍‌ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଫ୍ୟାଶନ ଏବଂ ନୂଆ ଡିଜାଇନ୍‌ ଡ୍ରେସ୍‌କୁ ନେଇ ପ୍ରଶଂସକମାନେ କରୀନାଙ୍କୁ କୁଇନ୍‌ ବୋଲି ଡାକୁଛନ୍ତି। ଏକ କାର୍ଯ୍ୟକ୍ରମରେ କରୀନା ବ୍ଲାକ୍‌ କଲରର କଟ୍‌ ଅଫ୍‌ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦର୍ଶକ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରିଛନ୍ତି। ଫଟୋ ଶେୟାର ହେବାର ମାତ୍ର କିଛି ସମୟ ମଧ୍ୟରେ ଲକ୍ଷାଧିକ ସଂଖ୍ୟାରେ ଲାଇକ୍‌ ମିଳିସାରିଲାଣି। ଏହା ଦେଖିବା ପରେ କରୀନା ଇନ୍‌ଷ୍ଟାଗ୍ରାମରେ ମେକ୍‌ଅପ୍‌ ଆର୍ଟିଷ୍ଟ, ଷ୍ଟାଇଲିଷ୍ଟ ଏବଂ ଡିଜାଇନର ଏଲି ସାବ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୀନା ଡାହାଣ ହାତରେ ମୋତି ଲାଗିଥିବା ଏକ ବ୍ରେସଲେଟ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ବେକରେ ଏକ ବ୍ଲାକ କଲରର ସ୍କାର୍ଫ ବି ପିନ୍ଧିଛନ୍ତି। ଯାହା ଏକ ନେକ୍‌ଲେସ୍‌ ପରି ଦେଖାଯାଉଛି। ସିଲ୍‌ଭର କଲରର ଏକ କାନଫୁଲ ପିନ୍ଧି ଥିବା ବେଳେ ବ୍ଲାକ୍‌ କଲରର ଏକ ଜୋତା ବି ପିନ୍ଧିଛନ୍ତି। ହାଲୁକା ଲିପ୍‌ଷ୍ଟିକ୍‌ ସହିତ କମ୍‌ ମେକ୍‌ଅପ୍‌ରେ ସେ ଖୁବ୍‌ ହଟ୍‌ ଦେଖାଯାଉଛନ୍ତି।

Share