Categories: ଖେଳ

ଭିନ୍ନ ଲୁକ୍‌ରେ ହିଟ୍‌ମ୍ୟାନ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। କରବାଚୌଥରେ ସ୍ତ୍ରୀ ରିତିକା ସଜଦେହଙ୍କ ସହ ଫଟୋ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ ରୋହିତ। ଯେଉଁଥିରେ ତାଙ୍କୁ କ୍ଲିନ୍‌ସେଭ୍‌ରେ ଦେଖିବାକୁ ମିଳିଥିଲା। ସବୁବେଳେ ନିଶଦାଢି ରଖୁଥିବା ରୋହିତଙ୍କୁ ଏମିତି ଅନ୍ଦାଜରେ ଦେଖି ଫ୍ୟାନ୍‌ମାନେ ତାଙ୍କୁ ଟ୍ରୋଲ କରୁବାକୁ ଭୁଲି ନ ଥିଲେ। ଦାଦାଗିରି ଯୋଗୁ ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଆଗକୁ ଦାଢି ରଖିବେ ନାହିଁ ବୋଲି ଫ୍ୟାନମାନେ କହିଛନ୍ତି। ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ନେଇ ଫ୍ୟାନମାନେ ଦାଦାଗିରି ଆରମ୍ଭ ହୋଇଗଲା ବୋଲି ମତ ଦେଇଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିଲେ।

Share