ଭିମ୍‌ସାରରେ କରୋନା ସନ୍ଦିଗ୍ଧ

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ବୁଧବାର ଜଣେ କରୋନା ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। କରୋନା ଚିକିତ୍ସା ପାଇଁ ତିଆରି କରାଯାଇଥିବା ସ୍ବତନ୍ତ୍ର କୋଠରିରେ ତାଙ୍କର ଚିକିତ୍ସା କରାଯାଉଛି । ସେ ସୋନପୁର ଜିଲାର ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ସେ ଦୁବାଇରୁ ଘରକୁ ଫେରିଥିଲେ। ଆଜିର ଘଟଣା ପରେ ବୁର୍ଲାରେ ଦ୍ୱିତୀୟ କରୋନା ସନ୍ଦିଗ୍ଧ ରୋଗୀ ଚିକିତ୍ସିତ ହୋଇଛନ୍ତି। କିଛିଦିନ ପୂର୍ବରୁ ଭର୍ତ୍ତି ହୋଇଥିବା ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌ ଥିଲା।

Share