ଭିମସାରରେ ୪ ନମୂନା ନେଗେଟିଭ୍‌

ସମ୍ବଲପୁର,୪।୪(ବ୍ୟୁରୋ): ବୁର୍ଲା ଭିମସାରେ ଭର୍ତ୍ତି ହୋଇଥିବା ୪ସନ୍ଦିଗ୍ଧଙ୍କ ରକ୍ତ ନମୂନା ପରୀକ୍ଷା ରିପୋର୍ଟ ଶନିବାର ଆସିଛି। ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ୪ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣ ହୀରାକୁଦ ଓ ୨ଜଣ ବୁର୍ଲା ଅଞ୍ଚଳର ବୋଲି ସୂଚନା ରହିଛି। ଦିଲ୍ଲୀ ନିଜାମୁଦ୍ଦିନରୁ ଫେରନ୍ତା ସନ୍ଦେହରେ ମାର୍ଚ୍ଚ ୩୧ରେ ପୋଲିସ ଚଢ଼ାଉ କରି ଉକ୍ତ ୪ଜଣ ବ୍ୟକ୍ତିଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲା।

Share