Categories: ବାଣିଜ୍ୟ

ଭିମ୍‌ ଆପରୁ ୭ମିଲିୟନ ଡାଟା ଚୋରି ଅଭିଯୋଗ

ମୁମ୍ବାଇ,୨।୬ : ଦିନକୁ ଦିନ ସାଇବର ଅପରାଧ ମାମଲା ବଢୁଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ ପେମେଣ୍ଟ ଆପ୍ଲିକେଶନ ଭିମ୍‌ ଆପ୍‌ରୁ ପ୍ରାୟ ୭୦ ଲକ୍ଷ ଡାଟା ଚୋରି ହୋଇଥିବା ଇସ୍ରାଏଲ ସାରବର ସିକ୍ୟୁରିଟି ଫାର୍ମ ଭିପିଏନ ମେଣ୍ଟର ସୂଚନା ଦେଇଛି । ଏହି ସବୁ ତଥ୍ୟ ଆମାଜନ ଓ୍ବେବ ସର୍ଭିସ ଏସ୩ରେ ପ୍ରକାଶିତ ହୋଇଛି । ଭିପିଏନ ମେଣ୍ଟରର ବରିଷ୍ଠ ଗବେଷକ ରାନ୍‌ ଲୋକାର ଏବଂ ନୋମ୍‌ ରୋଟମ୍‌ ଏହି ଡାଟା ଚୋରି ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ଭାରତର ବିଭିନ୍ନ ବର୍ଗର ଲୋକଙ୍କ ତଥ୍ୟ ଯଥା- ଆଧାର, ପାନ, ମୋବାଇଲ ନମ୍ବର,ବ୍ୟାଙ୍କ ତଥ୍ୟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରୀ ହୋଇଯାଇଥିବା ରିପୋର୍ଟରେ କୁହାଯାଇଛି। ଲୋକଙ୍କର କୌଣସି ତଥ୍ୟ ଚୋରି ହୋଇ ନ ଥିବା ସରକାର କହିଛନ୍ତି।

Share