ଭିସା କାରଖାନାରେ ଶ୍ରମିକ ଛଟେଇ ନୋଟିସ୍‌

କଳିଙ୍ଗନଗର,୨୪।୮(ଡି.ଏନ.ଏ)- କଳିଙ୍ଗନଗରସ୍ଥିତ ଭିସା କାରଖାରେ ଠିକା ଶ୍ରମିକଙ୍କୁ ଛଟେଇ ପାଇଁ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ କାରଖାନା ମୁଖ୍ୟ ଫାଟକରେ ନୋଟିସ କରିଛନ୍ତି। ଗତ ଦୁଇ ବର୍ଷ ହେବ କାରଖାନାର ରୋଲିଂ ମିଲ୍‌, ବ୍ଲାଷ୍ଟ ଫର୍ନେସ୍‌, ଏସ୍‌ଏମ୍‌ଏସ୍‌ ସାଇଡ୍‌ ବନ୍ଦ ଥିବାବେଳେ ଶୁକ୍ରବାର ଫେରୋକ୍ରମ ସାଇଟ୍‌ ବନ୍ଦ ରହିଛି। ଏଥିପାଇଁ କାରଖାନାର ୩୫୦ରୁର୍ଦ୍ଧ୍ୱ ଠିକା ଶ୍ରମିକଙ୍କୁ କାର୍ଯ୍ୟରୁ ଛଟେଇ କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି। ଏ ନେଇ କାର୍ଯ୍ୟାରତ ଶ୍ରମିକଙ୍କ ମଧ୍ୟରେ ଅସାନ୍ତି ଦେଖାଦେଇଛି। ଏହାକୁ ନେଇ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନ କରିବା ପାଇଁ ଯୋଜନା କରୁଥିବା କୁହାଯାଉଛି। ଗତ କିଛିଦିନ କ୍ରୋମାଇଟ ଖଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ପରିବହନ ନିମନ୍ତେ କଡ଼ାକଡ଼ାଭାବେ ପାଳନ କାରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଖଣିରେ ଶ୍ରମିକମାନେ ସହଯୋଗ କରିୁ ନ ଥିବାରୁ କାରଖାନାକୁ କଞ୍ଚାମାଲ ଆସିପାରୁ ନ ଥିବା ଜଣାପଡିଛି।

Share