ଭିସୁଟରେ ରାଗିଂ ଅଭିଯୋଗ: ଭିଡିଓ ଭାଇରାଲ କରି ଅଭିଯୋଗ କଲେ ପ୍ରଥମ ବର୍ଷ ଛାତ୍ର

ସମ୍ବଲପୁର, ୧୩।୨(ବ୍ୟୁରୋ)- ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟୀକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଜଣେ ପ୍ରଥମ ବର୍ଷ  ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ର ଭିଡିଓ ଭାଇରାଲ କରି ଏହି ଅଭିଯୋଗ ଆଣିଛନ୍ତି । ଅଭିଯୋଗ କ୍ରମେ ବୁଧବାର ଅପରାହ୍ନ ପ୍ରାୟ ୨ଟାରେ ତାଙ୍କୁ ସିନିୟର ଛାତ୍ରମାନେ ଅଟକାଇଥିଲେ । ଡ୍ରେସକୋର୍ଡରେ ଆସି ନ ଥିବା କହି ଗାଳିଗୁଲଜ କରିଥିଲେ। ପରେ ଏକ କୋଠରିକୁ ନେଇ ପ୍ରାୟ ୨୦ ରୁ ୨୫ ଜଣ ଛାତ୍ର ମାରପିଟ୍‌ କରିଥିଲେଦ୍‌। ଘଟଣାସ୍ଥଳରେ ହଷ୍ଟେଲ ୱାଡେନ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ହଷ୍ଟେଲ କୋଠାରୁ ଚାଲିଆସିବା ପରେ ପୁଣି ସେମାନେ ଗେଟ ସମ୍ମୁଖରେ ରହି ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିବା ଛାତ୍ରଜଣଙ୍କ ଭିଡିଓରେ କହିଛନ୍ତି ।

Share