Categories: ବାଣିଜ୍ୟ

ଭି-ଗାର୍ଡର ଆଣିଲା ନୂଆ ରାଇସ୍‌ କୁକର

ନୂଆଦିଲ୍ଲୀ,୨୬-୪: ଭିଗାର୍ଡ ପକ୍ଷରୁ ନୂଆ ରାଇସ୍‌ କୁକର ବଜାର ପ୍ରବେଶ  କରାଯାଇଛି। କମ୍ପାନୀ ଏହାର ୩ଟି ମଡେଲ ଆଣିଛି। ଏଗୁଡିକ ୧ଲିଟର, ୨.୨ ଲିଟର ଏବଂ ୨.୮ ଲିଟର ବିଶିଷ୍ଟ। ଗ୍ରାହକଙ୍କ ପକ୍ଷରୁ ଏହି ପ୍ରଡକ୍ଟକୁ ଭଲ ରେସପନ୍ସ ମିଳିବ ବୋଲି କମ୍ପାନୀର ଶାଖା ମୁଖ୍ୟ ସୁମନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହି ପ୍ରଡକ୍ଟଗୁଡିକର ଆରମ୍ଭ ମୂଲ୍ୟ ୨୨୯୦ ଟଙ୍କା ରହିଛି। ଏହା ଉପରେ ୫ ବର୍ଷର ଓ୍ବାରେଣ୍ଟି ରହିଥିବା ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ କମ୍ପାନୀର ଅନ୍ୟ ଅଧିକାରୀ  ଏବଂ ଚ୍ୟାନେଲ ପାର୍ଟନର ମାନେ ଉପସ୍ଥିତ ଥିଲେ।

Share