ଭୀତି ବଢାଉଛି ଅଶାନ୍ତ ସମୁଦ୍ର

ଭୋଗରାଇ/ବାଲେଶ୍ୱର ଅଫିସ, ୯।୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ବୁଲବୁଲ’ ଆଗକୁ ଆଗକୁ ଯେତିକି ଅଗ୍ରସର ହେଉଛି ସେତିକି ସମୁଦ୍ର ଉତ୍ତାଳ ହୋଇଉଠୁଛି। ଶୁକ୍ରବାର ସନ୍ଧ୍ୟାରୁ ପବନର ବେଗ ବଢିବା ସହ ଜୁଆର ଉଚ୍ଚତା ବଢୁଥିବାରୁ ଉପକୂଳବାସୀ ଆତଙ୍କିତ ହୋଇଉଠୁଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ହେଲେ ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସୂଚନା ମିଳିଛି। ଏହା ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫ ଟିମ୍‌ ଆସି ଉପକୂଳବର୍ତ୍ତୀ ଭୋଗରାଇ ଅଞ୍ଚଳରେ ପହଞ୍ଚିଛନ୍ତି। ବାତ୍ୟା ସମ୍ପର୍କୀୟ ସୂଚନା ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି। ସମୁଦ୍ର ଜୁଆର ମାଡରେ ଦିଗହରା ହୋଇ ପଶ୍ଚିମବଙ୍ଗର କେତେକ ବୋଟ ବାଲେଶ୍ୱରଠାରୁ ଭଦ୍ରକ ଉପକୂଳ ମଧ୍ୟରେ କେତେକ ସ୍ଥାନରେ ଲାଗିଥିବା ଜଣାପଡିଛି। ବାତ୍ୟା ‘ବୁଲବୁଲ’ ସୁନ୍ଦରବନ ଦେଇ ବାଂଲାଦେଶରେ ଲ୍ୟାଣ୍ଡଫଲ୍‌ କରିବା ସମ୍ଭାବନା ଥିଲେ ମଧ୍ୟ ଏହା ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ବହିବା ଆଶଙ୍କା ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ସୂଚନା ଦେଇଛି। ଏଥିପାଇଁ ଭୟଭୀତ ନ ହୋଇ ପ୍ରଶାସନକୁ ସହଯୋଗ କରି ପରିସ୍ଥିତି ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି।
ଶୁକ୍ରବାର ପୂର୍ବାହ୍ନରୁ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିଥିଲା। ପରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ସୀମା ଦୀଘା ଉପକୂଳଠାରୁ ବାଲେଶ୍ୱର ଉପକୂଳ ଯାଏ ସମୁଦ୍ରର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ସମୁଦ୍ରକୁ ଯାଇଥିବା ଅନେକ ମତ୍ସ୍ୟଜୀବୀ ଏହି ସମୟ ଭିତରେ ଫେରିଆସିଥିବା ସୂଚନା ମିଳିଛି। ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଡଗରା, ଚୌମୁଖ, ବାହାବଳପୁର, କଷାଫଳ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଶତାଧିକ ମାଛଧରା ଡଙ୍ଗାକୂଳରେ ଲାଗିଥିବା ଜଣାପଡିଛି। ବାତ୍ୟାର ସେଭଳି ପ୍ରଭାବ ନ ରହିଲେ ମଧ୍ୟ ବର୍ଷା ହେଲେ ଅମଳ ହେବାକୁ ଥିବା ଖରିଫ୍‌ ଧାନ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଚାଷୀକୁଳକୁ ଚିନ୍ତିତ କରିଛି। ସେହିପରି ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା ବ୍ଲକ ସମେତ ଜିଲାରେ ବହୁ ନଡ଼ାଛପର ଘରେ ରହୁଥିବା ଗରିବ ପରିବାର ଆଶଙ୍କିତ ହୋଇ ରହିଛନ୍ତି। ଉଦୟପୁର, ତାଳସାରୀ, ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀ ନିକଟ ସମୁଦ୍ର ଉପକୂଳ ଏକପ୍ରକାର ଶୂନଶାନ ହୋଇପଡିଛି। ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ଜିଲାରେ ଥିବା ସମସ୍ତ ମେରାଇନ୍‌ ଥାନା ଓ ଥାନା ପୋଲିସ କର୍ମଚାରୀଙ୍କ ସହିତ ବିଡ଼ିଓ, ତହସିଲଦାର, ଜିଲା ପ୍ରଶାସନ ସମୁଦ୍ରକୂଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭିଡ଼ିଓ କନଫରେନ୍ସ ଜରିଆରେ ବାତ୍ୟା ମୁକାବିଲା ପାଇଁ ସତର୍କ ରହିବା ସକାଶେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪ଟି ଓଡ୍ରାଫ୍‌ ଟିମ୍‌ ସୋର, ଜଳେଶ୍ୱର, ବାଲିଆପାଳ ଏବଂ ଭୋଗରାଇକୁ ପଠାଯାଇ ଥିବାବେଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସଜାଗ ରହିଛି। ପ୍ରତ୍ୟେକ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବିସ୍କୁଟ୍‌, ଚୂଡ଼ା, ଗୁଡ଼, ମହମବତୀ, ଛତୁଆ, କିରୋସିନ, ପଲିଥିନ୍‌ ମହଜୁଦ ରଖିବା ସହ ମାଗଣା ରୋଷେଇ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ରହିଥିବାର ଜିଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

ରପ୍ତାନି ଉପରେ କଟକଣା ଲଗାଇଲା ବାଂଲାଦେଶ: ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ଲାଗିଲେ ପ୍ରଚୁର ଇଲିଶି

ଭୋଗରାଇ,୧୦।୯(ପ୍ରଦୀପ ଦାସ): ଘନଘନ ଲଘୁଚାପ ଓ ପାଗ ଅନୁକୁଳ ଥିବାରୁ ସମୁଦ୍ରରେ ଇଲିସି ଉପକୂଳ ମୁହାଁ ହେଉଛନ୍ତି। ଚଳିତ ବର୍ଷାଋତୁରେ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri