ପାଟଣା/ଠାକୁରମୁଣ୍ଡା, ୨୫।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ପ୍ରଥମ କୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ତେବେ ନିଖୋଜ ବ୍ୟକ୍ତି ଜଣଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳି ପାରି ନାହିଁ। ସୂଚନା ଅନୁଯାୟୀ ବୁଧବାର ବଡ଼ଦିନ ଥିବାରୁ ଭୀମକୁ ବଣଭୋଜି କରିବା ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପ୍ରତ୍ୟେକ ବର୍ଷ ଭୀମକୁଣ୍ଡରେ ଭାସି ପର୍ଯ୍ୟଟକଙ୍କ ଜୀବନ ହାନି ଘଟୁଥିଲେ ମଧ୍ୟ ଏଥିପ୍ରତି ପ୍ରାଶାସନ ଦୃଷ୍ଟି ଦେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।