ଭୀମସାରରେ ପୁଣି ୪ କରୋନା ସନ୍ଦିଗ୍ଧ

ସମ୍ବଲପୁର,୧।୪ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମସାରରେ ବୁଧବାର ପୁଣି ୪ଜଣ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବୁର୍ଲା ଥାନା ଓ ହୀରାକୁଦ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣଙ୍କୁ ଉଦ୍ଧାର କରିଥିଲା। ବିଳମ୍ବିତ ରାତିରେ ସେମାନଙ୍କୁ ସ୍ବତନ୍ତ ଆଇସୋଲେସନରେ ଭର୍ତ୍ତି କରାଯାଇଛି। ସେମାନଙ୍କ ରକ୍ତ ଓ ସ୍ବାବ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ୪ ଜଣ ବ୍ୟକ୍ତି ଦିଲ୍ଲୀ ନିଜାମୁଦ୍ଦିନରୁ ଆସିଥିବା ନେଇ ସନ୍ଦେହ କରାଯାଉଛି । ପ୍ରାୟ ୧୦ ଦିନ ତଳେ ସେମାନେ ସମ୍ବଲପୁର ଆସିଥିଲେ। ହେଲେ ସରକାର ଓ ପ୍ରଶାସନକୁ ନିଜ ଗସ୍ତ ବିଷୟରେ ସୂଚନା ଦେଇ ନ ଥିଲେ। ନିଜାମୁଦ୍ଦିନରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବା ପରେ ଧାର୍ମିକ ସଭାକୁ ନେଇ ସରକାର ଜାଣି ପାରିଥିଲେ। ଓଡିଶାରୁ ୧୫ ଜଣ ଧାର୍ମିକ ସଭାରେ ସାମିଲ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ୪ ଜଣଙ୍କୁ ମିଶାଇ ଭୀମସାରରେ ଭେଣ୍ଟିଲେଟରରେ ୧୦ ଜଣ ସନ୍ଦିିଗ୍ଧ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ପଠାଯାଇଥିବା ୫ଜଣଙ୍କର ନେଗେଟିଭ ରିପୋର୍ଟ ଆସିଛି। ହେଲେ ଅନ୍ୟ ଜଣଙ୍କର ରିପୋର୍ଟ ଏ ପର୍ଯ୍ୟନ୍ତ ଆସି ନ ଥିବା ଜଣାପଡିଛି ।

Share