Categories: ଜାତୀୟ

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଲାଗିଲା ଝଟ୍‌କା

ମୁମ୍ବାଇ,୧୮।୨: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଲାଗିଛି ବଡ ଝଟ୍‌କା। ଫେବୃୟାରୀ ୨୧ରେ ମୁମ୍ବାଇର ଆଜାଦ ମଇଦାନରେ ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସି ବିରୋଧରେ ରାଲି କରିବାକୁ ଅନୁମତି ମାଗିଥିଲେ। ହେଲେ ମୁମ୍ବାଇ ପୋଲିସ ଆଇନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜାଦଙ୍କୁ ଅନୁମତି ଦେଇ ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଦିଲ୍ଲୀ ପୋଲିସର ବିନା ଅନୁମତିରେ ଚନ୍ଦ୍ରଶେଖର ଆଜାଦ ମଣ୍ଡି ହାଉସରୁ ସଂସଦ ଭବନ ପର୍ଯ୍ୟନ୍ତ ଭାରତ ବଞ୍ଚାୟ ରାଲି ବାହାର କରିଥିଲେ। ଏଥିରେ ଶହ ଶହ ସଂଖ୍ୟାରେ ଭୀମ ଆର୍ମି ସଦସ୍ୟ ହାତରେ ଫ୍ଲାଗ ଧରି ମାର୍ଚ୍ଚରେ ସାମିଲ ହୋଇଥିଲେ। ପୋଲିସ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏମାନେ ସଂସଦ ଭବନ ଆଡକୁ ମାଡି ଯାଇଥିଲେ।

Share