ଭୁଜାଲି ଦେଖାଇ ଏସ୍‌ବିଆଇ ଗ୍ରାହକ ସେବା ମାଲିକଙ୍କଠାରୁ ୩ ଲକ୍ଷ ଲୁଟ୍‌

କାମାକ୍ଷାନଗର,୨୫।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଟାଙ୍ଗରପଡା ନିକଟରୁ ସୋମବାର ବାଲିଗୋରଡ ଗ୍ରାମର ଏସ୍‌ବିଆଇ ଗ୍ରାହକ ସେବା ମାଲିକ ମନୋଜ କୁମାର ମହାନ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ୨ ଦୁର୍ବୃତ୍ତ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମନୋଜ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ କହିଛି, ମନୋଜ ନିଜ ଗ୍ରାମରୁ ଏକ ବାଇକ ଯୋଗେ ମଠକରଗୋଳା ସ୍ଥିତ ଗ୍ରାହକସେବା କେନ୍ଦ୍ରକୁ ଯାଉଥିଲେ। ଟାଙ୍ଗରପଡା ନିକଟରେ ୨ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କୁ ଭୁଜାଲି ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।