ଭୁଟାନରେ ମୋଦି: ପାରୋ ବିମାନ ବନ୍ଦରରେ ଗାର୍ଡ ଅଫ୍‌ ଅନର୍‌

ଥିମ୍ପୁ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ପରେ ମୋଦିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନିଜ ଗସ୍ତକାଳରେ ଦୁଇଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିବେ ବୋଲି କୁହାଯାଉଛି।

Share