Categories: ଫୁରସତ

ଭୁଟାନ ରାଜାଙ୍କ ପରାମର୍ଶ ନେଇ ପୃଥିବୀ ସାରା ଚର୍ଚ୍ଚା

ଥିମ୍ପୁ,୧୮।୩: ଭୁଟାନର ରାଜା ଜିଗ୍‌ମେ ଖେସାର ନାମଗେୟଲ ଓ୍ବାଙ୍ଗଚୁକ୍‌ ଗତ ଫେବୃୟାରୀ ୨୧ରେ ନିଜ ୪୦ ତମ ଜନ୍ମଦିନ ପାଳନ ଅବସରରେ ଦେଶବାସୀଙ୍କୁ ବୃକ୍ଷଚାରା ରୋପଣ ପାଇଁ ପରାମର୍ଶ ଦେଇଥିଲେ। ରାଜାଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଲୋକେ ଏବେ ଗଛ ଲଗାଇବା ସହିତ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ପୃଥିବୀ ସାରା ରାଜାଙ୍କ ଏଭଳି ପ୍ରେରଣାଦାୟୀ କାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସଚେତନା ବାର୍ତ୍ତାକୁ ପ୍ରସାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ୨୦୧୬ରେ ରାଜକୁମାରଙ୍କ ଜନ୍ମଦିନ ଅବସରରେ ରାଜା ବୃକ୍ଷ ଚାରା ରୋପଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଥିଲା। ରୋପଣ କରାଯାଇଥିବା ଏହି ଚାରା ଇତିମଧ୍ୟରେ ୧୦୮,୦୦୦ ବଡ଼ ଗଛରେ ପରିଣତ ହୋଇସାରିଛି।

Share