Categories: ମେଟ୍ରୋ

ଭୁବନେଶ୍ବରରେ ହେବ ମା’ ସମଲେଶ୍ବରୀଙ୍କ ମନ୍ଦିର

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ମା’ ସମଲେଶ୍ବରୀଙ୍କ ମନ୍ଦିର ନିର୍ମିତ ହେବ। ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ବିଶାଳ ଭବ୍ୟ ମନ୍ଦିର ରାଜଧାନୀ ଉପକଣ୍ଠସ୍ଥ ହୀରାପୁର ଗ୍ରାମ ନିକଟରେ ଖୁବ୍‌ଶୀଘ୍ର ନିର୍ମାଣ କରାଯିବ ବୋଲି ଗୁରୁବାର ପ୍ରକାଶ ପାଇଛି। ମା’ ସମଲେଶ୍ବରୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଟ୍ରଷ୍ଟର ଚେୟାରମ୍ୟାନ ତଥା ବିଧାୟକ କିଶୋର କୁମାର ମହାନ୍ତି, ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଙ୍ଗଠନର ସଭାପତି ଡ. ପ୍ରଭାସ କୁମାର ସିଂଙ୍କ ସମେତ ସମ୍ପାଦକ ସଞ୍ଜୀବ ମିଶ୍ର, କୋଷାଧ୍ୟକ୍ଷ ସ୍ବାତୀ କେଜରିୱାଲ ଉପସ୍ଥିତ ରହି ଏହି ସୂଚନା ଦେଇଛନ୍ତି। ଏହାସହ ମନ୍ଦିର ପରିସରରେ ଅତିଥିମାନଙ୍କ ସୁବିଧା ପାଇଁ ଏକ ଗେଷ୍ଟ ହାଉସ ଏବଂ ସାଂସ୍କୃତିକ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେମାନେ କହିଛନ୍ତି। ଏହି ଅବସରରେ ମା’ ସମଲେଶ୍ବରୀ ଚାରି ଟେବଲ ଟ୍ରଷ୍ଟର ୱେବସାଇଟ ଓ ଲୋଗୋ ଉନ୍ମୋଚନ କରାଯାଇଥିଲା।

Share