ଭୁବନେଶ୍ୱରକୁ ନୂଆ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ପ୍ରଥମେ ଏୟାର ଇଣ୍ଡିଆ ଓ ପରେ ଏୟାର ଏସିଆ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ପ୍ରତ୍ୟାହାର କରିସାରିଲେଣି। ହେଲେ ଏବେ ଖୁସି ଖବର ଆସିଛି। ‘ବ୍ୟାଙ୍ଗକକ୍‌ ଏୟାରଓ୍ବେଜ’ ନାମକ ଉଡାଣ ସଂସ୍ଥା ଭୁବନେଶ୍ୱର ସହ ଯୋଡ଼ି ହେବାକୁ ଇଚ୍ଛା କରିଛି। ଏହି ସଂସ୍ଥା ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍ଗକକ୍‌ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ଯୋଜନା କରୁଛି। ଅଷ୍ଟ୍ରେଲିଆର ଆଡିଲେଡ୍‌ଠାରେ ଚାଲିଥିବା ବିମାନ ମେଳା ‘ଓ୍ବାଲର୍‌ଡ ରୁଟ୍‌-୨୦୧୯’ରେ ଏହି ସଂସ୍ଥା ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସହ ଆଲୋଚନା କରିଛି। ଭୁବନେଶ୍ୱର ସହ ଜୟପୁର, ପୁଣେ, ପୋର୍ଟବ୍ଲେୟାର, କୋଲକାତା ଓ ଗୁଆହାଟୀକୁ ବିମାନ ସେବା ପ୍ରଦାନ କରିବାକୁ ବ୍ୟାଙ୍ଗକକ୍‌ ଏୟାରଓ୍ବେଜ ଯୋଜନା ରଖିଥିବା ଜଣାପଡିଛି।

Share