ଭୁବନେଶ୍ୱରରୁ ଏୟାର ଏସିଆ ଉଡ଼ାଇବ ଆଉ ୪ ବିମାନ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଭୁବନେଶ୍ୱରରୁ ଆଉ ୪ ବିମାନ ଉଡ଼ାଇବ ଏୟାର ଏସିଆ। ଖୁବ୍‌ଶୀଘ୍ର ତିନୋଟି ରୁଟ୍‌ରେ ଏହି ବିମାନଗୁଡିକ ଚଳାଚଳ କରିବ ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସଚିବ ଏହି ସୂଚନା ଦେଇଛନ୍ତି। ଏହାସହ ଦୁବାଇକୁ ବିମାନ ଚଳାଚଳ କରିବାକୁ ଆଲୋଚନା କରାଯାଉଛି। ଇଣ୍ଡିଗୋ ଦୁବାଇକୁ ବିମାନ ଚଳାଚଳ କରିବାକୁ ରାଜି ହେବ ବୋଲି ଆଶା କରାଯାଉଥିବା ବିଶାଲ କହିଛନ୍ତି।

Share