ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ, ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଡ. ହର୍ଷବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଭୁବନେଶ୍ୱର ରେଳ ଷ୍ଟେଶନରେ ମଧ୍ୟ ଏହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଅରୁଣ ସାହୁ, ଏମ୍‌ପି ପିନାକୀ ମିଶ୍ର, ଅପରାଜିତା ଷଡଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଥିଲେ।

ପ୍ରକାଶଯୋଗ୍ୟ, ସେବା ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ପ୍ରତ୍ୟେହ ସନ୍ଧ୍ୟା ୬ଟା ୪୦ରୁ ବାହାରି ରାତି ୮ଟା ୪୫ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ। ସେହିପରି ନୟାଗଡ଼ ଟାଉନରୁ ସକାଳ ୬ଟା ୩୦ମିନିଟରେ ବାହାରି ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବ।

Share