ଭୁବନେଶ୍ୱରରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ଟୁଇଟ୍‌ କରି ସୂଚନା ଦେଲା ବିଏମ୍‌ସି

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭୁବନେଶ୍ୱରରେ ଆଉ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳିଙ୍ଗ ବିହାର ଅଞ୍ଚଳର। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ଅନ୍ୟ ୩ ସଂକ୍ରମିତ ଲୋକାଲ କେସ୍‌ ଜଣାପଡ଼ିଛି। ଏମ୍ସର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଆଇଗିଣିଆ ଓ ଡୁମୁଡ଼ୁମାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯେ, ପୂର୍ବାହ୍ନରେ ୯୦ ନୂଆ ପଜିଟିଭ୍‌ ଚିହ୍ନଟ ହେବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ଖୋର୍ଦ୍ଧାର ୨୫ଜଣ ରହିଥିଲେ।

Share