ଭୁବନେଶ୍ୱରରୁ ୫ ଚିହ୍ନଟ, ଜଣେ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର,୬।୬(ବ୍ୟୁରୋ)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୧୭୩ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ୱରରୁ ୫ ନୂଆ ମାମଲା ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ହୋମ କ୍ୱାରାଣ୍ଟାଇନରେ ରହିଥିବାବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି।


ବିଏମ୍‌ସିର ସୂଚନା ମୁତାବକ, ହୋମ କ୍ୱାରାଣ୍ଟାଇନରେ ରହିଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଡୁମଡୁମାର ହୋଇଥିବା ବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେହିପରି ଆଉ ଜଣେ ହେଉଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳର, ସେ ଗୁଜୁରାଟ ଫେରନ୍ତା। ଘାଟିକିଆର ଜଣେ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଥିଲେ। ସେହିପରି ପୋଖରିପୁଟର ଜଣେ କରୋନା ପଜିଟିଭ ଚିହ୍ନଟ ଦିଲ୍ଲୀ ଫେରନ୍ତା ବୋଲି ବିଏମସି କହିଥିବାବେଳେ ଗୋଟିଏ ମାତ୍ର ସ୍ଥାନୀୟ ସଂକ୍ରମିତ ଗଜପତିନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ୫ ନୂଆ କରୋନା ପଜିଟିଭକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ରେ ପହଞ୍ଚିଛି। ଏଥିରୁ ୩୨ ସକ୍ରିୟ ସଂକ୍ରମିତ ଥିବାବେଳେ ୫୧ ଜଣ ସୁସ୍ଥ ଓ ୩ ଜଣଙ୍କର ମୃତ୍ୟୁ ହୋଇଛି।

Share