ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଭୁବନେଶ୍ୱରରେ ବୁଧବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମ୍ସର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କର୍ମଚାରୀ ଏବଂ ଜଣେ ଛାତ୍ର ଥିବାବେଳେ ଆପୋଲୋ ହସ୍ପିଟାଲରେ ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ବ୍ୟକ୍ତିଙ୍କ ଘର ପୋଖରୀପୁଟ ଡିଏଭି ପବ୍ଲିକ ସ୍କୁଲ ପାଖରେ ବୋଲି ସୂଚନା ମିଳିଛି। କନ୍ଧମାଳ ତାଙ୍କ ଟ୍ରାଭେଲ ହିଷ୍ଟ୍ରୀ ରହିଛି। ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ୪୨ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share