ଭୁବନେଶ୍ୱରରୁ ବଢ଼ିବ ଘରୋଇ ବିମାନ ସେବା, ବଦଳିଲା ଏୟାର ଏସିଆ ସମୟ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବାଙ୍ଗାଲୋରକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ସେହିଭଳି ହ୍ରାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏ ନୂଆ ବିମାନ ଉଡିବା ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।
ସେହିଭଳି ଏୟାର ଏସିଆ ବିମାନ ଉଡାଣ ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ କ୍ୱାଲାଲାମ୍‌ପୁର-ଭୁବନେଶ୍ୱର ବିମାନ ରାତି ୧୧ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚୁଥିଲା। ହେଲେ ଏବେ ଏହା ରାତି ୯ଟାରେ ପହଞ୍ଚିବ। ସେହିଭଳି ୯.୩୦ରେ ଭୁବନେଶ୍ୱରରୁ କ୍ୱାଲାଲାମ୍‌ପୁରକୁ ଯାତ୍ରା କରିବ। ରନ୍‌ଓ୍ବେ ମରାମତି କାର୍ଯ୍ୟ ପାଇଁ ରାତିରେ ବିମାନ ବନ୍ଦର ବନ୍ଦ ରହୁଛି। ଏଣୁ ଏପରି ସମୟ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି।

Share