ଭୁବନେଶ୍ୱର,୨୮-୫: ବାତ୍ୟା ଫନୀ ଯୋଗୁ ଟ୍ରେନ ଯାତ୍ରାରେ ଅସୁବିଧା ସାମ୍ନା କରିଥିବା ଯାତ୍ରୀଙ୍କ ଲାଗି କ୍ରୀଷ୍ଣାରାଜପୁରମ (ବାଙ୍ଗାଲୋର)କୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହା ଚଳିତ ମାସ ୨୯ରେ ସକାଳ ୭.୩୦ଟା ସମୟରେ ଭୁବନେଶ୍ୱରରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବ। ଟ୍ରେନଟିରେ ୧୪ ସ୍ଲିପର କ୍ଲାସ, ଦୁଇ ଦ୍ୱିତୀୟ ଶ୍ରେଣୀ, ୨ ଗାର୍ଡ କମ୍ ଲଗେଜ ଭ୍ୟାନ ରହିବ। ଟ୍ରେନଟି ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟ ନଗରମ, ବିଶାଖାପାଟଣା, ଦୁଭୁଡା ସମେତ ରାଜମହେନ୍ଦ୍ରୀ, ଏଲୁରୁ, ଅଙ୍ଗୋଲ, ନେଲୋର, ଗୁଡୁର, ରେଣିଗୁଣ୍ଟା, କଟପଡି, ଜୋଲାରପେଟାଇ ଏବଂ ବାଙ୍ଗରାପେଟ ଭଳି ଷ୍ଟେଶନରେ ରହଣି କରିବ। ଏହାର ପେୟାରିଂ ଟ୍ରେନ ବାଙ୍ଗାଲୋରଠାରୁ ସୋମବାର ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।