ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡ଼ାଣ ସାମୟିକ ବନ୍ଦ

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଏ ନେଇ ଭୁବନେଶ୍ୱର ବିମାନବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି ଲେଖି ଜଣାଯାଇଥିବା ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ ବନ୍ଦ ରହିବ।
ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନବନ୍ଦରରୁ ସପ୍ତାହରେ ୩ ଦିନ ବ୍ୟାଙ୍କକକୁ ବିମାନ ଉଡ଼ାଣ କରୁଥିଲା। ସେଥିରେ ୧୮୦ ଯାତ୍ରୀ ଯିବାର ସୁବିଧା ଥିଲା।

Share