ଭୁବନେଶ୍ୱରରୁ ଶିଶୁପୁତ୍ର ଅପହରଣ ଘଟଣା: ଗୋଳନ୍ଥରାରୁ ମହିଳା ଗିରଫ

ଗୋପାଳପୁର,୨୪ା୧-ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍‌ରେ ରହୁଥିବା ଜନୈକା ମହିଳାଙ୍କୁ ବୁଧବାର ଗିରଫ କରିଥିଲା। ଖାରବେଳନଗର ଥାନା ପୋଲିସ ଗୁରୁବାର ଗୋଳନ୍ଥରାରେ ପହଞ୍ଚତ୍ ଗିରଫ ମହିଳାଙ୍କୁ ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଛି। ସେ ହେଲେ ଜିତା ପାଲ। ପ୍ରକାଶ ଯେ, ଗତ ୧୫ ଦିନ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଥିବା ଏକ ଆର୍ୟୁବେଦିକ କ୍ଲିନିକରେ ଜଣେ ୪ ବର୍ଷର ଅପରିଚିତ ଶିଶୁପୁତ୍ରଙ୍କୁ ସନ୍ଦେହଜନକ ଭାବେ ରଖାଯାଇଥିଲା। ଏନେଇ ଗ୍ରାମବାସୀ ବୁଧବାର ଶିଶୁପୁତ୍ର ସମ୍ପର୍କରେ ଜନୈକ ବ୍ୟକ୍ତି ଓ ଦୁଇ ମହିଳାଙ୍କୁ ପଚାରିବାରୁ ଶିଶୁପୁତ୍ରଙ୍କୁ ଯେଉଁଠାରେ ଆଣିଥିଲୁ ସେଠାରେ ଛାଡ଼ିଦେଲୁ ବୋଲି କହିବା ପରେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଥିଲା। ଶିଶୁପୁତ୍ରଟି ବିହାର ମୁଜାଫର ଅଞ୍ଚଳର ଜନୈକ ଦମ୍ପତିଙ୍କର ଓ ଗତ ୮ ତାରିଖରେ ଗୀତା ଭୁବନେଶ୍ୱର ରେଳ ଷ୍ଟେସନରେ କାନ୍ଦୁଥିବାବେଳେ ଆଣିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଉକ୍ତ ଶିଶୁପୁତ୍ରଙ୍କୁ ପୁଣି ଭୁବନେଶ୍ୱର ନେଇ ଛାଡ଼ି ଦେଇଥିବା କହିଥିଲେ। ପ୍ରକାଶ ଯେ, ଶିଶୁପୁତ୍ରଙ୍କ ମା’ ଖାାରବେଳନଗର ଥାନାରେ ଗତ ୯ ତାରିଖରେ ଅଭିଯୋଗ କରିବା ପରେ ନଂ.୫/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Share