ଭୁବନେଶ୍ୱରରୁ ୪ କରୋନା ପଜିଟିଭ ଚିହ୍ନଟ: ୩ ପୁରୁଷ, ଜଣେ ମହିଳା

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୪୬ କରୋନା ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ୪ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ଯୁବକ ଥିବାବେଳେ ଜଣେ ଯୁବତୀ ଅଛନ୍ତି। ତେବେ ସମସ୍ତ ୪ ଆକ୍ରାନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ଡୁମଡୁମା ଓ ଅନ୍ୟ ୨ଜଣ ପଟିଆ ଅଞ୍ଚଳର।
ଚନ୍ଦ୍ରଶେଖରପୁରର ଆକ୍ରାନ୍ତ ଯୁବକ ୨୮ ବର୍ଷୀୟ ହୋଇଥିବା ବେଳେ ସେ ନିକଟରେ ହାଇଦ୍ରାବାଦରୁ ଫେରିଥିଲେ। ସେହିପରି ଡୁମଡୁମାର ୨୯ ବର୍ଷୀୟ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା। ପଟିଆରୁ ଚିହ୍ନଟ ୩୪ ବର୍ଷୀୟ ପୁରୁଷ ଓ ୨୬ ବର୍ଷୀୟା ମହିଳା ଦିଲ୍ଲୀ ଫେରନ୍ତା ଅଟନ୍ତି। ତେବେ ପଟିଆରୁ ଚିହ୍ନଟ ଉଭୟ ଆକ୍ରାନ୍ତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

Share