ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲ ମହିଳା କର୍ମଚାରୀ(୪୬) ଓ ଜଣେ ନୟାପଲ୍ଲୀ ଅଞ୍ଚଳର ଯୁବକ(୩୦) ଅଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।
ନୂତନ ଆକ୍ରାନ୍ତ ମହିଳାଜଣଙ୍କ ଗାଡ଼କଣ ଅଞ୍ଚଳର। ସେହିଭଳି ଯୁବକଙ୍କ ପରିବାରର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ଯୁବକଜଣଙ୍କ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିଲେ। ଏନେଇ ଅପରାହ୍ନରେ ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।