ଭୁବନେଶ୍ୱରରେ ଆଉ ୩ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତମାନେ ଭୀମପୁର, ଭରତପୁର, ଡୁମ୍‌ଡୁମା ଏଚ୍‌ବି କଲୋନୀ ଅଞ୍ଚଳର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଶନିବାର ଭୁବନେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ଜଣେ ଆକ୍ରାନ୍ତ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଦ୍ୱୟ ହେଲେ ଭୀମପୁରର ୨୭ ବର୍ଷୀୟ ଯୁବକ ଓ ଭରତପୁରର ୩୬ ବର୍ଷୀୟ ପୁରୁଷ। ସେମାନେ ଦିଲ୍ଲୀରୁ ଫେରିଥିଲେ। ଅପରପକ୍ଷେ ଅନ୍ୟ ଆକ୍ରାନ୍ତଜଣଙ୍କ ଡୁମ୍‌ଡୁମା ଅଞ୍ଚଳ ଏଚ୍‌ବି କଲୋନୀରେ ରହୁଥିବା ୪୮ ବର୍ଷୀୟ ବ୍ୟକ୍ତି। ସେ ଗଞ୍ଜାମ ଗସ୍ତ କରିଥିଲେ। ସେମାନଙ୍କୁ କୋଭିଡ୍‌ ଡାକ୍ତରଖାନାକୁ ପଠାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ତେବେ ଏହାକୁ ମିଶାଇ ଭୁବନେଶ୍ୱର ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି।

Share