ଭୁବନେଶ୍ୱରରେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୭ା୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ଗୁରୁବାର ରାତିରେ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଶନିବାର ସେମାନେ ପୁରୀରେ ପହଞ୍ଚତ୍ ୭୫ ମିଟର ଉଚ୍ଛେଦ ସଂକ୍ରାନ୍ତରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଉଚ୍ଛେଦକୁ ନେଇ ପୁରୀରେ ଅସନ୍ତୋଷ ତେଜୁଥିବା ବେଳେ ଆମିକସ୍‌ କ୍ୟୁରିଙ୍କ ଏହି ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।
ଭୁବନେଶ୍ୱର ବିମାନ ବନ୍ଦରରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଆମିକସ୍‌ କ୍ୟୁରି ଏବଂ ସଲିସିଟର ଜେନେରାଲ ପହଞ୍ଚତ୍ଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆମିକସ୍‌ କୁରି ରଞ୍ଜିତ କୁମାର କହିଥିଲେ ଯେ, ଆମେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ଯିବୁ। ସେଠାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବୁ ବୋଲି କହିଥିଲେ। ଶନିବାର ସକାଳେ ସେମାନେ ପୁରୀରେ ପହଞ୍ଚତ୍ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ଉଚ୍ଛେଦ ପ୍ରସଙ୍ଗରେ ଆଲୋଚନା କରିବେ। ଏଥିସହ ଭଙ୍ଗାଯାଇଥିବା ଏବଂ ଆଗକୁ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠ ମହନ୍ତଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆମିକସ୍‌କ୍ୟୁରି ଏବଂ ସଲିସିଟର ଜେନେରାଲ ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଲିଖିତ ମତାମତ ନେଇପାରନ୍ତି। ସମସ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପରେ ଉଚ୍ଛେଦ ସଂକ୍ରାନ୍ତରେ ସୁପ୍ରିମ୍‌କୋର୍ଟଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ ଆମିକସ୍‌ କ୍ୟୁରି।

Share