ଭୁବନେଶ୍ୱରରେ ଘଣ୍ଟାଏ ଚାଲିବ କୋର୍ଟ

ଭୁବନେଶ୍ୱର,୪ା୫(ବ୍ୟୁରୋ): କେନ୍ଦ୍ର ସରକାର ଦୁଇ ସପ୍ତାହ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ହେଲେ ଏହି ସମୟରେ କୋର୍ଟ କାର୍ଯ୍ୟ ବନ୍ଦ ରହୁଥିବାରୁ ଅନେକ ମାମଲା ଫଇସଲା ନ ହୋଇ ପଡିରହିଛି। ଯାହାକି ଦିନକୁ ଦିନ ମାମଲା ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟ ଚାଲିବା ପାଇଁ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗ୍ରୀନ୍‌ ଜୋନ୍‌ରେ ପୂର୍ବଭଳି କୋର୍ଟ କାର୍ଯ୍ୟ ସକାଳୁ ଆରମ୍ଭ ହୋଇ ଲଞ୍ଚବ୍ରେକ୍‌ ପର୍ଯ୍ୟନ୍ତ ଚାଲିବ। ଅରେଞ୍ଜ ଜୋନ୍‌ରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ ଏବଂ ରେଡ ଜୋନ୍‌ରେ ୧ ଘଣ୍ଟା କୋର୍ଟ ଚାଲିବ। ଅରେଞ୍ଜ ଜୋନରେ ବହ୍ମପୁର, ଛତ୍ରପୁର, କୋରାପୁଟ, ପୁରୀ ଥିବାରୁ ସେଠାରେ ଦୁଇ ଘଣ୍ଟା କୋର୍ଟ କାର୍ଯ୍ୟ ହେବ। କିନ୍ତୁ କୌଣସି କାର୍ଯ୍ୟରୁ ଯଦି ସକାଳ ସମୟରେ ନ ହୁଏ, ତେବେ ଦିନ ୧୧ଟାରୁ ଅପରାହ୍ନ ୧ ଟାଏ ପର୍ଯ୍ୟନ୍ତ କାର୍ଯ୍ୟ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ ଭୁବନେଶ୍ୱର ରେଡ ଜୋନରେ ଥିବାରୁ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ ବୋଲି ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଓକିଲଙ୍କ ସୁରକ୍ଷାକୁ ଦେଖି ଭୁବନେଶ୍ୱର ବାର ଆସୋସିଏଶନ୍‌ ଅତ୍ୟନ୍ତ ଗୁରୁତପୂର୍ଣ୍ଣ କାର୍ଯ୍ୟ ନ ଥିଲେ କୋର୍ଟ ଆସିବାକୁ ଓକିଲଙ୍କୁ ମନା କରିଛି। ଏପରିକି ଆସୋସିଏଶନ୍‌ ହଲ୍‌କୁ ସାନିଟାଇଜ୍‌ କରାଯାଇ ବନ୍ଦ କରାଯାଇଛି।

Share