ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିବ ଡ୍ରୋନ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏଣିକି ଟ୍ରାଫିକ୍‌ ଜଗିବ ଡ୍ରୋନ୍‌ । ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ଛକଯାଏ ‘ନୋ ଓଭରଟେକିଂ’ ଜୋନ୍‌ ହେବ। ଏହା ସହ ଲେନ୍‌ ଡ୍ରାଇଭିଂ ପାଇଁ ମଧ୍ୟ ଚାଳକଙ୍କୁ କଡ଼ା ତାଗିଦ୍‌ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍‌ କ୍ୟାମେରା ନଜର ରଖିବା ସହ ଟ୍ରାଫିକ ନିୟମ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଟ୍ବିନ୍‌ ସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୋମବାର ସୂଚନା ଦେଇଛନ୍ତି।