ଭୁବନେଶ୍ୱରରେ ଥମୁନି କରୋନା ଆକ୍ରାନ୍ତ ସଂଖ୍ୟା: ପୁଣି ଚିହ୍ନଟ ହେଲେ ୭ ସଂକ୍ରମିତ; ଅଛନ୍ତି ରେଳ ବିଭାଗ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି। ସେଥିରୁ ୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଆକ୍ଟିଭ୍‌ କେସ୍‌ ରହିଛି। ୩ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ କୋଭିଡ ଡାକ୍ତରଖାନାକୁ ପଠାଯାଇଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ହୋମ୍‌ କ୍ୱାରାଣ୍ଟାଇନ୍‌ ସଂକ୍ରମିତମାନେ ରେଳ ବିଭାଗ କର୍ମଚାରୀ(୩୮, ୩୦, ୩୪, ୩୧ ବର୍ଷ)। ସେମାନେ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଲୋକାଲ୍‌ କେସ୍‌ ମଧ୍ୟରୁ ୨ଜଣ ଡୁମ୍‌ଡୁମା ହାଉସିଂବୋର୍ଡ କଲୋନୀର ଗୋଟିଏ ପରିବାରର(୪୫ ବର୍ଷୀୟ ମହିଳା ଓ ୧୦ ବର୍ଷୀୟ ନାବାଳକ)। ସେମାନେ ଗଞ୍ଜାମ ଗସ୍ତ କରିଥିବା ବେଳେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟଜଣେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ କାମ କରୁଥିବା ୩୧ ବର୍ଷୀୟ ମହିଳା ବୋଲି ବଏମ୍‌ସି ପକ୍ଷରୁ କୁହାଯାଇଛି।

Share