ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ଓଡ଼ିଶା ଫେରଛନ୍ତି। ସକାଳ ୮.୨୫ରେ ମୁମ୍ବାଇ, ଦିନ ୨. ୪୦ରେ ଇମ୍ଫାଲ୍‌ ଓ ରାତି ୧୧.୩୦ରେ ଗୋହାଟୀରୁ ଆସିଥିବା ବିମାନ ଭୁବନେଶ୍ୱରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତିଦିନ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଆସି ପହଞ୍ଚୁଥିବାବେଳେ ଆସୁଥିବା ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ବାହାରକୁ ଅଣାଯାଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟିମ୍‌ ସହ ସ୍ବାସ୍ଥ୍ୟ ବିଭାଗ, କମିଶନରେଟ୍‌ ପୁଲିସ ଓ ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯାତ୍ରୀମାନେ ଆସିବା ପରେ ସେମାନଙ୍କୁ ୨୦ ଜଣ ଲେଖା କରି ସାମାଜିକ ଦୂରତ୍ୱ ରକ୍ଷା କରି ଅଣାଯାଇଥିଲା। ସେହିପରି ପରେ ସେମାନଙ୍କୁ ହାତରେ ଷ୍ଟାମ୍ପ୍‌ ଲଗାଯାଇ ନାମ ପଞ୍ଜିକରଣ କରାଯାଇଥିଲ। ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ ସହ ପେଡ୍‌ କ୍ୱାରେଣ୍ଟାଇନ୍‌ ଆଦି ବିଷୟରେ ସବୁ ଯାତ୍ରୀଙ୍କୁ ସୂଚନା ଦିଆଯିବା ପରେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ମୁମ୍ବାଇରୁ ୧୮୫ଜଣ, ଇମ୍ଫାଲରୁ ୧୩୮ ଏବଂ ଗୌହାଟିରୁ ୧୩୭ ମୋଟ ୪୬୦ଜଣ ପ୍ରବାସୀ ଓଡ଼ିଆ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ଛନ୍ତି। ଅନ୍ୟପକ୍ଷରେ ଓମାନରୁ ୧୫୮ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଉଏକ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚତ୍ଥିବା ସୂଚନା ମିଳିଛି।

Share