ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୭।୧୨(ବ୍ୟୁରୋ) : ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଜୁଏଲ ଓରାମ୍‌, ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ରାଜଭବନରେ ରାଷ୍ଟ୍ରପତି ଆଜି ରାତ୍ରିଯାପନ କରିବେ।
ସୂଚନାଯୋଗ୍ୟ, ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲା ବରୁଣେଇ ପାଦଦେଶରେ ରାଷ୍ଟ୍ରପ୍ରତି ପାଇକ ବିଦ୍ରୋହୀ ସ୍ମାରକୀର ଶିଳାନ୍ୟାସ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ସମାରୋହରେ ଯୋଗଦେବେ। ସେଠାରେ କାର୍ଯ୍ୟକ୍ରମ ସାରି ରାଜଭବନ ଫେରିବେ। ସନ୍ଧ୍ୟା ୫ଟାରେ ଦିଲୀ ଫେରିଯିବେ।

Share