ଭୁବନେଶ୍ୱରରେ ପାଳନ ହେବନି ରଜ

ଭୁବନେଶ୍ୱର, ୧୨ା୬ (ବ୍ୟୁରୋ)- ଦିନକୁ ଦିନ ଭୁବନେଶ୍ୱରରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳୁଛି। ବିଶେଷ କରି ଏବେ ରଜ ପର୍ବ ଥିବାରୁ ହାଟ, ବଜାରରେ ଲୋକମାନେ ଭିଡ଼ ଳଗାଉଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ଭିଡ଼ ନିୟନ୍ତ୍ରଣ କରିବା ସହ ଗହଳି ସ୍ଥାନକୁ ନ ଯିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଆସୁଥିଲେ ମଧ୍ୟ ଲୋକମାନେ ଏହାକୁ ଉଲଂଘନ କରୁଥିବା ନଜରକୁ ଆସୁଛି। ଏପରିକି ଭୁବନେଶ୍ୱରର ବ୍ୟବସାୟୀମାନେ ମଧ୍ୟ ବେପାର ପାଇଁ ବର୍ତ୍ତମାନ ସମୟରେ କିଛି ନିୟମକାନୁନ ମାନୁନାହଁାନ୍ତି। ତେଣୁ ବିଏମ୍‌ସି ଭୁବନେଶ୍ୱରରେ ରଜ ପାଳନ ବନ୍ଦ କରିଛି। ଭୁବନେଶ୍ୱରର କୌଣସି ସ୍ଥାନରେ ରଜ ପର୍ବ ପାଳନ ପାଇଁ ଗୋଷ୍ଠି ସମୂହ ଏକାଠି ହୋଇପାରିବେ ନାହିଁ। କୌଣସି ସ୍ଥାନରେ ରଜ ଦୋଳି ଲାଗିବ ନାହିଁ କିମ୍ବା ତାସ ଖେଳ, ବାଗୁଡ଼ି ଖେଳ ହେବ ନାହିଁ। କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ବିଏମ୍‌ସି ପକ୍ଷରୁ ଏହି ସମସ୍ତ କାର୍ଯ୍ୟରେ କଟକଣା ଲାଗିଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

Share