ଭୁବନେଶ୍ୱରରେ ପିକ୍‌ ସ୍ତରରେ ସଂକ୍ରମଣ: ବିଏମ୍‌ସି କମିଶନର

ଭୁବନେଶ୍ୱର, ୨୨ା୮ (ବ୍ୟୁରୋ): ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ପିକ୍‌ରେ ଅଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକଙ୍କ ଟେଷ୍ଟ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସଂକ୍ରମଣ ନିୟନ୍ତ୍ରଣ କରିବାକୁ ମାସକ ପାଇଁ ଆଗୁଆ ପ୍ରସ୍ତୁତି ଶେଷ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି। ଫଳ ସ୍ବରୂପ ଗତ ୩ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ପାର କରୁଛି। ଏବେ ଭୁବନେଶ୍ୱରରେ ୨୬୧୮ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୪ ହଜାରରେ ପହଞ୍ଚତ୍ୟିବ ଓ ସେପ୍ଟେମ୍ବର ୧୫ ବେଳକୁ ୫ ହଜାର ନିକଟତର ହୋଇପାରେ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

Share