ଭୁବନେଶ୍ୱରରେ ହୋମ୍‌ ଡେଲିଭରି କରିବେ ୨୮ ଷ୍ଟୋର୍‌

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଭୁବନେଶ୍ୱରର ଲୋକଙ୍କ ଘରେ ପହଞ୍ଚତ୍ବ ଅତ୍ୟାବଶ୍ୟକ ସାମଗ୍ରୀ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥ ହୋଇଥିବାବେଳେ ରିଲାଏନ୍ସ ଫ୍ରେଶ, ବିଗ୍‌ ବଜାର, ବିଶାଲ ମେଗା ମାର୍ଟ ଏବଂ ଆଧାର ଫ୍ରେଶର ୨୮ ଷ୍ଟୋର ଓ ଆଉଟ୍‌ଲେଟ ଦ୍ୱାରା ଏହି ସୁବିଧା ଉପଲବ୍ଧ ହେବ। ଅର୍ଡର ମୁତାବକ ଏସବୁ ଷ୍ଟୋର୍‌ର କର୍ମଚାରୀମାନେ ସକାଳ ୭ରୁ ୧୧ ମଧ୍ୟରେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବେ। ଏଥିପାଇଁ ସମ୍ପୃକ୍ତ ଷ୍ଟୋର୍‌ ବା ଆଉଟ୍‌ଲେଟ୍‌ଗୁଡିକ ପକ୍ଷରୁ ଜଣେ ଜଣେ ହୋମ୍‌ ଡେଲିଭରି ମ୍ୟାନେଜରଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ ନାଁ ଓ ମୋବାଇଲ୍‌ ଫୋନ୍‌ ନମ୍ବର ବିଏମ୍‌ସି ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଏଥିସହିତ ଆଉଟ୍‌ଲେଟ୍‌ର ନିଜ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ଏନେଇ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରବାସୀ ଏହି ସେବାର ଲାଭ ଉଠାଇପାରିବେ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଏହି ସେବା ପାଇବାକୁ ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସାମଗ୍ରୀର ତାଲିକା ଓ ସ୍ଥାନୀୟ ଠିକଣା ମଲ୍‌/ଷ୍ଟୋରର ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଠାଇବାକୁ ପଡିବ। ଏହି ପ୍ରକ୍ରିୟାରେ କୌଣସି ଫୋନ୍‌ କଲ କରାଯିବ ନାହିଁ। ଅର୍ଡର/ସାମଗ୍ରୀ ଗ୍ରହଣ କରିବା ସମୟରେ ବ୍ୟକ୍ତି ଜଣକ ସାମଗ୍ରୀ ବାବଦ ଅର୍ଥରାଶି ପ୍ରଦାନ କରିପାରିବେ ବୋଲି ସୂଚନା ଦିଆଯାଇଛି।

Share