ଭୁବନେଶ୍ୱରରେ ୯ ନୂଆ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩ କୋଭିଡ ହସ୍ପିଟାଲ କର୍ମଚାରୀ, ୨ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜଧାନୀରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୩ଜଣ କରୋନା ଯୋଦ୍ଧା , ୨ ଲୋକାଲ୍‌ କେସ୍‌ ଅଛନ୍ତି। ସହରରେ ଜଣେ ଆକ୍ରାନ୍ତ(ଡମଣାର ୨୫ ବର୍ଷୀୟ ପୁରୁଷ) ସୁସ୍ଥ ହୋଇଛନ୍ତି। ଏନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ୨୯ ବର୍ଷୀୟା ଯୁବତୀ(ବିହାର ଫେରନ୍ତା), ବିମାନବନ୍ଦର ନିକଟ ଭୀମପୁରରୁ ୪୬ ବର୍ଷୀୟ ବ୍ୟକ୍ତି(ଦିଲ୍ଲୀ ଫେରନ୍ତା), ୟୁନିଟ ୬ ଭୀମପୁରର ଜଣେ ୨୩ ବର୍ଷୀୟ ଯୁବତୀ(କୋଲକାତା ଫେରନ୍ତା), ସାଲିଆ ସାହି ନିରାଙ୍କାରୀ ନଗରର ଜଣେ ୧୯ ବର୍ଷୀୟ ଯୁବକ(ପୂର୍ବ ଦିଲ୍ଲୀ ଫେରନ୍ତା ତଥା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା) ଅଛନ୍ତି। କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୩ଜଣ କର୍ମଚାରୀ(୩୬, ୩୭ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ମହିଳା) କରୋନା ସଂକ୍ରମିତ ହୋଇଛନ୍ତି। ସେହିଭଳି ଗାଡ଼କଣ ମହିମା ନଗରରେ ରହୁଥିବା ଗୋଟିଏ ପରିବାରର ଦୁଇଜଣ(୫୩ବର୍ଷ-୧୪ ବର୍ଷର ପୁରୁଷ) ମଧ୍ୟ ଅଛନ୍ତି। ଏହି ଦୁଇଜଣ ପୂର୍ବ ସଂକ୍ରମିତଙ୍କ ସସ୍ପର୍ଶରେ ଆସିଥିଲେ।

Share