ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭୁବନେଶ୍ୱରର ବମିଖାଲରୁ ଶୁକ୍ରବାର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ ବମିଖାଲ ଅଞ୍ଚଳକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ସିଲ କରି ଦିଆଯାଇଛି। ଏକାମ୍ର ସିନେମା ହଲ ଛକ ଠାରୁ ଝାରପଡା କେନାଲ ରୋଡ଼, ଝାରପଡ଼ା କେନାଲରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପରୁ କଟକ-ପୁରୀ ରୋଡ଼ ଡିସିବି ବ୍ୟାଙ୍କ ଏବଂ କଟକ-ପୁରୀ ରୋଡ଼ ଡିସିବି ବ୍ୟାଙ୍କଠାରୁ ଏକାମ୍ର ସିନେମା ହଲ ପର୍ଯ୍ୟନ୍ତ ସିଲ ହୋଇଛି।

Share