ଭୁବନେଶ୍ୱରୁ ସାଇକେଲରେ ଆସିଲେ ବ୍ରହ୍ମପୁର : ସ୍ବାବ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ବ୍ରହ୍ମପୁର ଅଫିସ,୧୪ା୪-ବ୍ରହ୍ମପୁର ମହାନଗର ନିଗମ ୩୧ ନଂ. ୱାର୍ଡ ଅନ୍ତର୍ଗତ କୋପରେଟିଭ କଲୋନୀ ୩ୟ ଲେନ୍‌ ଅଞ୍ଚଳର ଭୁବନେଶ୍ୱରରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ସୋମବାରରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁଯାୟୀ, ଜଣେ ୪୩ ବର୍ଷୀୟ ବ୍ୟକ୍ତି ଗତ ତିନିଦିନ ତଳେ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ସାଇକେଲ ଯୋଗେ ବ୍ରହ୍ମପୁରର ୩୧ ନଂ ୱାର୍ଡ ଅନ୍ତର୍ଗତ କପୋରେଟିଭ୍‌ କଲୋନୀ ୩ ଲେନ୍‌ରେ ରହୁଥିବା ଜଣାପଡିଥିଲା ା ଖବର ପାଇ ସ୍ଥାନୀୟ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିଥିଲେ ା ଏହାପରେ ସୋମବାର ଅଙ୍ଗନୱାଡି କର୍ମୀ ମିତାଞ୍ଜଳୀ ଶତପଥୀ, ଏଏନ୍‌ଏମ ଗୀତାଞ୍ଜଳି ଡାକୁଆ, ଫାର୍ମାସିଷ୍ଟ ଏସ୍‌ଏସ୍‌ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସ୍ବାସ୍ଥ୍ୟ ଟିମ୍‌ ପହଞ୍ଚି ତାଙ୍କୁ ସ୍କ୍ରାନିଂ କରିଥିଲେ ା ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସିଟି ହସପିଟାଲକୁ ନିଆଯାଇଥିଲା ା ସେଠାରେ ଉକ୍ତ ବ୍ୟକ୍ତିଙ୍କ ସ୍ବାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା ା ତେବେ ତାଙ୍କଠାରେ ବର୍ତ୍ତମାନ ସୁଧା କୋଭିଡ-୧୯ ସମ୍ପର୍କୀତ କୌଣସି ଲକ୍ଷଣ ଦେଖାଯାଉ ନ ଥିବା ସୂଚନା ମିଳିଛି ା ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ପୂର୍ବତନ କର୍ପୋରେଟର ମହାରଣା ସୂଚାଇଛନ୍ତି ା

Share