ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର,୯।୬(ବ୍ୟୁରୋ): ଭୁବନେଶ୍ୱର ଏମ୍‌ସର ୪ ଡାକ୍ତରଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ରହିଛନ୍ତି। ତେବେ ସେମାନେ ଏକାଠି ରହୁଥିବା ନେଇ ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ମଙ୍ଗଳବାର ସୂଚନା ଦେଇଛନ୍ତି। ୩ ସିନିୟର ଡାକ୍ତର ଏମ୍‌ସର ସର୍ଜରୀ, ପାଥୋଲୋଜି, ଫାର୍ମାକୋଲୋଜି ବିଭାଗରେ କାମ କରୁଥିଲେ। ସେହିଭଳି ଅନ୍ୟଜଣେ ଡାକ୍ତର ଜୁନିୟର ରେସିଡେଣ୍ଟ ହୋଇଥିବା ସେ କହିଛନ୍ତି।

Share