ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୯।୨(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ। ଏ ନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ରବିବାରଠାରୁ ୩୧ ତାରିଖ ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବେ ଚାଲିବ। ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ କଟକ ଯିବ। କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଭୁବନେଶ୍ୱରରୁ ଅପରାହ୍ଣ ୧ଟା ୩୦ରେ ଟ୍ରେନ ଛାଡ଼ି କଟକରେ ୨ଟା ୩୦ରେ ପହଞ୍ଚିବ। କଟକରୁ ୨ଟା ୪୦ରେ ଛାଡ଼ି ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share