ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ ଭୂବନେଶ୍ୱରକୁ ଫେରିଥିଲା ଏଟିଆର-୭୨ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ାରେ ପହଞ୍ଚିଥିଲା। ଉଡାଣ ଯୋଜନାରେ ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ଝାରସୁଗୁଡା ବିମାନବନ୍ଦରରେ ଭୁବନେଶ୍ୱରରୁ ଆସିଥିବା ଅତିଥିଙ୍କୁ ସ୍ବାଗତ କରିଥିଲେ। ଉଡାନ-୩ ଯୋଜନା ଜରିଆରେ ବୁଧଠାରୁ ନିୟମିତ ଉଡାଣ ଜାରି ରହିବ। ସେହିପରି ଝାରୁସୁଗୁଡା-ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ। ଏହି ଦୁଇ ସ୍ଥାନକୁ ଉଡାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ ଏୟାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।