ଭୁବନେଶ୍ୱର, ୮।୬(ବ୍ୟୁରୋ): ସୋମବାର ଖୋର୍ଦ୍ଧା ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ରହିଛନ୍ତି। ଆକ୍ରାନ୍ତ ଜଣଙ୍କ ଡମଣା ଅଞ୍ଚଳର ୨୫ ବର୍ଷୀୟ ଯୁବକ। ନିକଟରେ ସେ ମୁମ୍ବାଇରୁ ଫେରିଥିଲେ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ମିଳିଛି। ତେବେ ନୂଆ ପଜିଟିଭକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୩ଜଣଙ୍କ ମୃତ୍ୟୁ ଘଟିଛି।